Nageswar

Plants Local Name: Nageswar

Botanical Name: Mesua ferrea

Part use: Bark and Flower

Plant Identification:
Mesua ferrea is a medium to large evergreen tree with a straight trunk and dense, glossy foliage. Its leaves are narrow, leathery, and coppery-red when young, turning dark green on maturity. The plant bears large, fragrant white flowers with numerous bright yellow stamens. Its hard, heavy wood and aromatic flowers make it easily identifiable.

Medicinal Uses: Useful in treating digestive issues, gas, and indigestion.

ନାଗେଶ୍ୱର

ଉଦ୍ଭିଦର ଆଞ୍ଚଳିକ ନାମ: ନାଗେଶ୍ୱର

ବୈଜ୍ଞାନିକ ନାମ: Mesua ferrea

ବ୍ୟବହୃତ ଅଂଶ: ଛାଲି ଓ ଫୁଲ

ଉଦ୍ଭିଦ ପରିଚୟ:
ନାଗେଶ୍ୱର ଏକ ଚିରହରିତ ଓ ଦୃଢ଼ କାଠଯୁକ୍ତ ବୃକ୍ଷ, ଯାହା ପ୍ରାୟ 20–30 ମିଟର ଉଚ୍ଚ ହୁଏ। ପତ୍ରଗୁଡ଼ିକ ଲମ୍ବା, ଗାଢ଼ ସବୁଜ ଏବଂ ଉପର ଭାଗ ଚମକଦାର। ଫୁଲଗୁଡ଼ିକ ସୁଗନ୍ଧିତ, ଧଳା ରଙ୍ଗର ଓ ମଧ୍ୟଭାଗରେ ହଳଦିଆ ଅଂଶ ଥାଏ। ଏହି ଗଛ ପାହାଡ଼ିଆ ଏବଂ ଆର୍ଦ୍ର ଜଙ୍ଗଲ ଅଞ୍ଚଳରେ ସ୍ୱଭାବିକ ଭାବେ ବଢ଼େ।

ଔଷଧୀୟ ବ୍ୟବହାର: ପେଟ ସମସ୍ୟା, ଗ୍ୟାସ ଓ ଅଜୀର୍ଣ୍ଣରେ ନାଗେଶ୍ୱର କାର୍ଯ୍ୟକାରୀ ଭାବେ ବ୍ୟବହୃତ।



Baula

Plants Local Name: Baula

Botanical Name: Mimusops elengi

Part use: Bark, Fruit

Plant Identification:
Mimusops elengi is a medium-sized evergreen tree with dense, rounded foliage and smooth grey bark. Its leaves are glossy, dark green, and oval-shaped with a leathery texture. The tree produces small, highly fragrant white flowers. It bears smooth, oval yellow-to-orange fruits that turn purplish when ripe.

Medicinal Uses: Useful for treating gum problems, toothache, and strengthening teeth due to its strong astringent properties.

ବଉଳ

ଉଦ୍ଭିଦର ଆଞ୍ଚଳିକ ନାମ: ବଉଳ

ବୈଜ୍ଞାନିକ ନାମ: Mimusops elengi

ବ୍ୟବହୃତ ଅଂଶ: ଛାଲି, ଫଳ

ଉଦ୍ଭିଦ ପରିଚୟ:
ବଉଳ ଏକ ସଦାବହାର, ଘନ ପତ୍ର ଓ ସୁଗନ୍ଧିତ ଫୁଲ ଥିବା ମଧ୍ୟମ ଆକାରର ବୃକ୍ଷ। ପତ୍ରଗୁଡ଼ିକ ଗାଢ଼ ସବୁଜ, ଚମକଦାର ଓ ଓଭାଲ୍ ଆକାରର। ଗଛରେ ଛୋଟ, ଧଳା-କ୍ରିମ୍ ରଙ୍ଗର, ଅତ୍ୟନ୍ତ ସୁଗନ୍ଧିତ ଫୁଲ ଫୁଟେ। ଏହା ପାର୍କ, ମନ୍ଦିର ପରିସର ଓ ଗ୍ରାମାଞ୍ଚଳରେ ସାଧାରଣତଃ ପାଯାଏ।

ଔଷଧୀୟ ବ୍ୟବହାର: ବଉଳର ଛାଲି ଓ ଫଳ ଦାନ୍ତମସି ସମସ୍ୟା, ଦାନ୍ତବେଦନା ଓ ଦାନ୍ତ ସବଳ କରିବାରେ ଉପକାରୀ। ଏହାର ତିକ୍ତ ଏବଂ କଷା ସ୍ୱଭାବ ଦାନ୍ତ–ମସିକୁ ସୁସ୍ଥ ରଖେ।




Harida

Plants Local Name: Harida

Botanical Name: Terminalia chebula

Part use: Fruit

Plant Identification:
Terminalia chebula is a medium to large deciduous tree, growing about 15–20 meters tall. The leaves are broad, oval-shaped, and shiny green. The fruits of the tree are egg-shaped and green, which turn yellowish-brown when ripe. It naturally grows in dry and semi-tropical forest regions.

Medicinal Uses: Useful for improving immunity, wound healing, and supporting overall rejuvenation (Rasayana).

ହରିଡ଼ା

ଉଦ୍ଭିଦର ଆଞ୍ଚଳିକ ନାମ: ହରିଡ଼ା

ବୈଜ୍ଞାନିକ ନାମ: Terminalia chebula

ବ୍ୟବହୃତ ଅଂଶ: ଫଳ

ଉଦ୍ଭିଦ ପରିଚୟ:
ହରିଡ଼ା ଏକ ମଧ୍ୟମରୁ ବଡ଼ ଆକାରର ପତ୍ରଝରା ବୃକ୍ଷ, ପ୍ରାୟ 15–20 ମିଟର ଉଚ୍ଚ ହୁଏ। ପତ୍ରଗୁଡ଼ିକ ଚଉଡ଼ା, ଡିମ୍ବାକାର ଓ ଚମକଦାର ସବୁଜ ରଙ୍ଗର। ଫଳ ଅଣ୍ଡାକୃତ, କଞ୍ଚାବେଳେ ସବୁଜ ଏବଂ ପାକିବା ପରେ ହଳଦିଆ–ଖଇରିଆ ରଙ୍ଗର ହୁଏ। ଏହି ବୃକ୍ଷ ଶୁଷ୍କ ଓ ଅର୍ଦ୍ଧ-ଉଷ୍ଣକଟିବନ୍ଧୀୟ ଜଙ୍ଗଲ ଅଞ୍ଚଳରେ ସ୍ୱଭାବିକ ଭାବେ ବୃଦ୍ଧି ପାଏ।

ଔଷଧୀୟ ବ୍ୟବହାର: ହରିଡ଼ା ପାଚନଶକ୍ତି ବୃଦ୍ଧି କରେ ଏବଂ ଅଜୀର୍ଣ୍ଣ, ଅମ୍ଳପିତ୍ତ ଓ କୋଷ୍ଠକାଠିନ୍ୟ ଦୂର କରିବାରେ ଉପକାରୀ।



Bahada

Plants Local Name: Bahada

Botanical Name: Terminalia bellirica

Part use: Fruit

Plant Identification:
Terminalia bellirica, commonly known as Baheda, is a large deciduous tree with a tall, straight trunk and thick grey bark. Its leaves are large, broadly oval, and often found clustered at the branch tips. The tree bears small greenish-yellow flowers and smooth, greyish ovoid fruits. It is widely distributed in moist deciduous forests across India.

Medicinal Uses: Useful in respiratory issues such as bronchitis and asthma.

ବାହାଡା

ଉଦ୍ଭିଦର ଆଞ୍ଚଳିକ ନାମ: ବାହାଡା

ବୈଜ୍ଞାନିକ ନାମ: Terminalia bellirica

ବ୍ୟବହୃତ ଅଂଶ: ଫଳ

ଉଦ୍ଭିଦ ପରିଚୟ:
ବାହାଡା ଗଛ ଏକ ଉଚ୍ଚ ଏବଂ ଚିରହରିତ ବୃକ୍ଷ, ଯାହାର ପତ୍ର ଚଉଡ଼ା ଓ ଚମକଦାର। ଫଳଗୁଡ଼ିକ ଗୋଲାକାର, ମୋଟା ଛାଲିଯୁକ୍ତ ଏବଂ ଧୋସର– କାଳାବର୍ଣ୍ଣ ହୁଏ। ଡାଳିଗୁଡ଼ିକ ସମାନ ଭାବରେ ବିସ୍ତାରିତ। ଏହି ଗଛ ଜଙ୍ଗଲ ଓ ଶୁଷ୍କ ଅଞ୍ଚଳରେ ସ୍ୱଭାବିକ ଭାବରେ ବଢ଼ିଥାଏ।

ଔଷଧୀୟ ବ୍ୟବହାର: ଏହାର ଫଳ କାଶ, ସର୍ଦି, ଗଳା ବ୍ୟଥା ଓ ଶ୍ୱାସକାଶ ରୋଗରେ ଅତ୍ୟନ୍ତ ପ୍ରଭାବଶାଳୀ।



Arjuna

Plants Local Name: Arjuna

Botanical Name: Terminalia arjuna

Part use: Bark

Plant Identification:
Terminalia arjuna, known as the Arjuna tree, is a large deciduous tree with smooth, shining white to pinkish-grey bark that naturally flakes in patches. Its leaves are oblong, leathery, and arranged opposite each other. The tree bears small whitish-yellow flowers and woody, winged fruits. Arjuna is commonly found along riverbanks and in moist deciduous forests across India.

Medicinal Uses: Beneficial in angina, palpitations, and supports overall cardiac function.

ଅର୍ଜୁନ

ଉଦ୍ଭିଦର ଆଞ୍ଚଳିକ ନାମ: ଅର୍ଜୁନ

ବୈଜ୍ଞାନିକ ନାମ: Terminalia arjuna

ବ୍ୟବହୃତ ଅଂଶ: ଛାଲି

ଉଦ୍ଭିଦ ପରିଚୟ:
ଅର୍ଜୁନ ଏକ ବହୁତ ଉଚ୍ଚ ଓ ସିଧା ବଢୁଥିବା ବୃକ୍ଷ, ଯାହାର ଛାଲି ଧୂସର–ଧଳା ଏବଂ ପତଳା। ପତ୍ର ଲମ୍ବା, ଚତୁର୍ଭୁଜ ଆକାରର ଏବଂ ହାଲୁକା ଚମକଦାର। ଫଳ କରମଙ୍ଗା ଆକୃତିର ଏବଂ ଡାଳିରେ ଝୁଲିଥାଏ। ନଦୀ କୂଳ, ଆର୍ଦ୍ର ଅଞ୍ଚଳ ଓ ଜଙ୍ଗଲରେ ଏହି ବୃକ୍ଷ ସାଧାରଣତଃ ବଢ଼ିଥାଏ।

ଔଷଧୀୟ ବ୍ୟବହାର: ଅର୍ଜୁନ ଛାଲି ରକ୍ତଚାପ ନିୟନ୍ତ୍ରଣ, କଲେଷ୍ଟେରଲ୍ କମାଇବା ଓ ହୃଦ୍‌ରୋଗ ପ୍ରତିରୋଧରେ ବ୍ୟବହୃତ ହୁଏ।




Kochila

Plants Local Name: Kochila

Botanical Name: Strychnos nux-vomica

Part use: Bark and Fruit

Plant Identification:
Strychnos nux-vomica is a medium-sized evergreen tree with a short, thick trunk and smooth grey bark. Its leaves are shiny, oval, leathery, and arranged oppositely. The tree bears small, fragrant greenish-white flowers and produces round orange fruits that contain hard, disc-shaped toxic seeds.

Medicinal Uses: Used in conditions such as paralysis, neuralgia, rheumatism, and chronic pain (in regulated, processed medicinal form only).

କୋଚିଳା

ଉଦ୍ଭିଦର ଆଞ୍ଚଳିକ ନାମ: କୋଚିଳା

ବୈଜ୍ଞାନିକ ନାମ: Strychnos nux-vomica

ବ୍ୟବହୃତ ଅଂଶ: ଛାଲି, ଫଳ ଓ ମଞ୍ଜି

ଉଦ୍ଭିଦ ପରିଚୟ:
କୋଚିଳା ଏକ ମଧ୍ୟମ ଆକାରର ଚିରହରିତ ବୃକ୍ଷ, ଯାହାର ପତ୍ର ଗୋଲାକାର ଓ ଚମକଦାର। ଗଛର ଛାଲି ଧୂସର ଓ ଖଦଡିଆ ଦେଖାଯାଏ। ଫଳ କମଳା–ଲେମ୍ବୁ ଆକାରର, ହଳଦିଆ–କମଳା ବର୍ଣ୍ଣର ଏବଂ ଭିତରେ କଠିନ ବିଷାକ୍ତ ବୀଜ ଥାଏ। ଏହା ଜଙ୍ଗଲୀ ଅଞ୍ଚଳ ଓ ଶୁଷ୍କ ଜଳବାୟୁରେ ସହଜରେ ମିଳେ।

ଔଷଧୀୟ ବ୍ୟବହାର: ଯନ୍ତ୍ରଣା, ସନ୍ଧିବେଦନା, ସ୍ନାୟୁ– ବିକାର ଆଦି ରୋଗରେ ବ୍ୟବହୃତ ହୁଏ (ସଠିକ ପ୍ରକ୍ରିୟାଜାତ ରୂପରେ ମାତ୍ର)।




State Medicinal Plants Board, Odisha
Medicinal Plants Board Quiz
Powered by ORSAC