Pudina

Plants Local Name: Pudina

Botanical Name: Mentha piperita

Part use: Leaves and Aerial part

Plant Identification:
Pudina is a herbaceous, rhizomatous perennial plant that grows 30–90 cm tall. It has smooth stems that are square in cross section. The leaves are 4–9 cm long and 1.5–4 cm broad, dark green with reddish veins, an acute apex, and coarsely toothed margins. Both leaves and stems are slightly fuzzy.

Medicinal Uses: Useful for relieving indigestion, headache, and common cold symptoms.

ପୁଦିନା

ଉଦ୍ଭିଦର ଆଞ୍ଚଳିକ ନାମ: ପୁଦିନା

ବୈଜ୍ଞାନିକ ନାମ: Mentha piperita

ବ୍ୟବହୃତ ଅଂଶ: ପତ୍ର ଓ ଅଗ୍ରଭାଗ

ଉଦ୍ଭିଦ ପରିଚୟ:
ପୁଦୀନା ଏକ ଛୋଟ ହରିତ ଓ ସୁଗନ୍ଧିତ ଔଷଧୀୟ ଗଛ। ଏହାର ଡାଳ ଚତୁର୍ଭୁଜ ଆକାରର ଏବଂ ପତ୍ରଗୁଡ଼ିକ ଛୋଟ, ହରିତ ଓ ତୀକ୍ଷ୍ଣ ସୁଗନ୍ଧଯୁକ୍ତ। ଗଛଟି ୩୦ ରୁ ୯୦ ସେ.ମି. ଉଚ୍ଚ ହୁଏ।

ଔଷଧୀୟ ବ୍ୟବହାର: ପୁଦୀନା ପେଟ ଯନ୍ତ୍ରଣା, ଅଜୀର୍ଣ୍ଣ, ବାନ୍ତି ଓ ଗ୍ୟାସ ସମସ୍ୟା ହ୍ରାସ କରେ।



Punarnava

Plants Local Name: Punarnava

Botanical Name: Boerhavia diffusa

Part use: Whole plant

Plant Identification:
Boerhavia diffusa is a low, spreading herb with thin, reddish stems that grow along the ground. Its leaves are opposite, slightly rounded, and unequal in size within each pair. The plant bears small pink–purple flowers in clusters. It has long, fleshy roots and is widely known as Punarnava.

Medicinal Uses: Useful in jaundice, kidney disorders, and reducing inflammation.

ପୁନର୍ନଭା

ଉଦ୍ଭିଦର ଆଞ୍ଚଳିକ ନାମ: ପୁନର୍ନଭା

ବୈଜ୍ଞାନିକ ନାମ: Boerhavia diffusa

ବ୍ୟବହୃତ ଅଂଶ: ପଞ୍ଚାଙ୍ଗ

ଉଦ୍ଭିଦ ପରିଚୟ:
ପୁନର୍ନଭା ଏକ ନିମ୍ନ ପ୍ରସାରିତ ଉଦ୍ଭିଦ, ଯାହାର ପତଳା ଲାଲ ରଙ୍ଗର କାଣ୍ଡ ଭୂମିଉପରେ ପ୍ରସାରିତ ହୁଏ। ପତ୍ର ବିପରୀତ, ଅଳ୍ପ ଗୋଲାକାର ଏବଂ ସମାନ ଆକାରର ନୁହେଁ। ଫୁଲ ଛୋଟ, ଗୋଲାପୀ– ବାଇଗଣୀ ରଙ୍ଗର ଓ ଗୁଛରେ ଥାଏ। ଏହାର ମୂଳ ଲମ୍ବା, ମୋଟା ଓ ମାଂସଳ ହୁଏ।

ଔଷଧୀୟ ବ୍ୟବହାର: ଏହା ପୀତଜ୍ୱର, କିଡ୍ନି ରୋଗ ଓ ଶୋଥ ସମସ୍ୟାରେ ବହୁତ ଉପକାରୀ।



Tulsi

Plants Local Name: Tulsi

Botanical Name: Ocimum sanctum

Part use: Leaves and Arial Part

Plant Identification:
Ocimum sanctum is an aromatic, bushy herb with green or purple leaves that have a strong, distinctive fragrance. The leaves are oval with slightly serrated edges and grow in opposite pairs. It produces small purple or white flowers in long, vertical spikes. The plant is easily recognized by its pleasant smell and sacred use in households.

Medicinal Uses: Cold, cough, asthma and fever.

ତୁଳସୀ

ସ୍ଥାନୀୟ ନାମ: ତୁଳସୀ

ବୌଟାନିକାଲ ନାମ: Ocimum sanctum

ବ୍ୟବହୃତ ଅଂଶ: ପତ୍ର ଓ ଉପରି ଅଂଶ

ଗଛ ପରିଚୟ:
ତୁଳସୀ ଏକ ସୁଗନ୍ଧିତ, ଝୁପ୍ଝୁପା ଗଛ ଯାହାର ପତ୍ର ସବୁଜ କିମ୍ବା ବଏଗଣୀ ରଙ୍ଗର ହୁଏ ଏବଂ ତୀବ୍ର ଗନ୍ଧ ଥାଏ। ପତ୍ରଗୁଡିକ ଓଭାଲ ଆକାରର, ହାଲୁକା କାଟା ଧାର ସହିତ, ଏବଂ ବିପରୀତ ଯୁଗଳରେ ବୃଦ୍ଧି ପାଏ। ଗଛରେ ଲମ୍ବା ଶିଖରରେ ଧଳା କିମ୍ବା ବଏଗଣୀ ଫୁଲ ଥାଏ।

ଔଷଧୀୟ ପ୍ରୟୋଗ: ସର୍ଦି, କାଶ, ଦମ ଏବଂ ଜ୍ୱର।



Rukuna Hatapocha

Plants Local Name: Rukuna Hatapocha

Botanical Name: Coleus amboinicus

Part use: Leaves

Plant Identification:
Coleus amboinicus is a succulent, aromatic herb with thick, fleshy, velvety leaves that release a strong camphor-like smell when crushed. The leaves are broad, oval, and toothed along the edges. Its stems are soft, juicy, and often appear square-shaped. The plant produces small lavender or pale purple flowers on upright spikes.

Medicinal Uses: Indigestion, Hyper Acidity, stomach pain, and diarrhea.

ରୁକୁଣା ହାତପୋଛା

ଉଦ୍ଭିଦର ଆଞ୍ଚଳିକ ନାମ: ରୁକୁଣା ହାତପୋଛା

ବୈଜ୍ଞାନିକ ନାମ: Coleus amboinicus

ବ୍ୟବହୃତ ଅଂଶ: ପତ୍ର

ଉଦ୍ଭିଦ ପରିଚୟ:
ଏହା ଏକ ସୁଗନ୍ଧିତ, ରସାଳୁ ଓ ମୋଟା ପତ୍ର ବିଶିଷ୍ଟ ଉଦ୍ଭିଦ। ପତ୍ରଗୁଡିକ ମୋଟା, ଭେଲଭେଟୀ ସ୍ପର୍ଶଯୁକ୍ତ ଏବଂ କଟା ଧାର ରହିତ। କାଣ୍ଡ ରସାଳୁ ଏବଂ ସ୍ନିଗ୍ଧ। ଫୁଲ ହାଲୁକା ବାଇଗଣୀ ରଙ୍ଗର ଏବଂ ସିଧା ଦଣ୍ଡରେ ବିକଶିତ ହୁଏ।

ଔଷଧୀୟ ବ୍ୟବହାର: ପତ୍ର ଅଜୀର୍ଣ୍ଣ, ଅମ୍ଳପିତ୍ତ, ଅତିସାର ଆଦି ରୋଗରେ ଉପକାରୀ।



Pedipedika

Plants Local Name: Pedipedika

Botanical Name: Abutilon indicum

Part used: Leaves

Plant Identification:
Abutilon indicum is a soft, bushy shrub with velvety, heart-shaped leaves covered in fine hairs. It produces yellow, cup-shaped flowers with five petals. The stems are slightly woody at the base and soft above. Its distinctive wheel-shaped fruit with multiple segments helps in easy identification.

Medicinal Uses: Jaundice, urethritis, and urinary disorders.

ପେଡିପେଡ଼ିକା

ଉଦ୍ଭିଦର ଆଞ୍ଚଳିକ ନାମ: ପେଡିପେଡ଼ିକା

ବୈଜ୍ଞାନିକ ନାମ: Abutilon indicum

ବ୍ୟବହୃତ ଅଂଶ: ପତ୍ର

ଉଦ୍ଭିଦ ପରିଚୟ:
ପେଡିପେଡ଼ିକା ଏକ ଗୁଳ୍ମ ଜାତୀୟ ଔଷଧୀୟ ଉଦ୍ଭିଦ, ଯାହାର ଉଚ୍ଚତା ପ୍ରାୟ ୧–୨ ମିଟର ପର୍ଯ୍ୟନ୍ତ ହୁଏ। ପତ୍ର ହୃଦୟାକାର, କୋମଳ ଓ ସୂକ୍ଷ୍ମ ଲୋମରହିତ। ଗଛରେ ଛୋଟ, ସୁନ୍ଦର ହଳଦିଆ ଫୁଲ ଫୁଟେ। ଏହା ଗ୍ରାମାଞ୍ଚଳ, ବାଳୁକାମୟ ଭୁମି ଓ ଜଙ୍ଗଲ ଧାରରେ ସ୍ୱଭାବିକ ଭାବେ ବଢ଼ିଥାଏ।

ଔଷଧୀୟ ବ୍ୟବହାର: ପତ୍ର କାମଳ, ପୀତଜ୍ୱର ଓ ମୂତ୍ରବହ ସଂସ୍ଥାନ ଗତ ରୋଗରେ ଉପକାରୀ।



Vasanga

Plants Local Name: Vasanga

Botanical Name: Justicia adhatoda

Part used: Leaves

Plant Identification:
Justicia adhatoda is an evergreen shrub with opposite, lance-shaped leaves that have a strong medicinal smell. The plant bears dense clusters of white flowers marked with purple streaks. Its stems are woody and upright.

Medicinal Uses: Cold, cough and asthma.

ବସଙ୍ଗା

ସ୍ଥାନୀୟ ନାମ: ବସଙ୍ଗା

ବୌଟାନିକାଲ ନାମ: Justicia adhatoda

ବ୍ୟବହୃତ ଅଂଶ: ପତ୍ର

ଗଛ ପରିଚୟ:
ବସଙ୍ଗା ଏକ ସଦାବହାର ଝାଡ଼ ଯାହାର ପତ୍ର ଲମ୍ବା, ନଳିଆ ଆକାରର ଏବଂ ତୀବ୍ର ଔଷଧୀୟ ସୁଗନ୍ଧ ଥାଏ। ଏଥିରେ ବଏଗଣୀ ଧାରି ସହିତ ଧଳା ଫୁଲର ଗୁଛା ଥାଏ।

ଔଷଧୀୟ ପ୍ରୟୋଗ: ସର୍ଦି, କାଶ ଏବଂ ଦମ ।



Ghrutakumari

Plants Local Name: Ghrutakumari

Botanical Name: Aloe barbadensis

Part used: Leaves

Plant Identification:
Aloe barbadensis is a stemless succulent with thick, fleshy, green leaves arranged in a rosette. The leaves have serrated edges with small whitish spines and contain clear gel inside.

Medicinal Uses: Dysmenorrheal, acne and skin diseases.

ଘୃତକୁମାରୀ

ଉଦ୍ଭିଦର ଆଞ୍ଚଳିକ ନାମ: ଘୃତକୁମାରୀ

ବୈଜ୍ଞାନିକ ନାମ: Aloe barbadensis

ବ୍ୟବହୃତ ଅଂଶ: ପତ୍ର

ଉଦ୍ଭିଦ ପରିଚୟ:
ଘୃତକୁମାରୀ ଏକ ରସାଳୁ ପତ୍ର ଜାତୀୟ ଉଦ୍ଭିଦ। ପତ୍ର ମୋଟା, କଣ୍ଟା ଧାରିତ ଏବଂ ଭିତରେ ସ୍ୱଚ୍ଛ ଜେଲ ଥାଏ। ଫୁଲ ହଳଦିଆ, ଟ୍ୟୁବ୍ ଆକାରର ହୁଏ।

ଔଷଧୀୟ ବ୍ୟବହାର: ପତ୍ରମଧ୍ୟରେ ଥିବା ଜେଲ ମାସିକ ଋତୁସ୍ରାବ ଜନିତ ବେଥା, ମୁଖବ୍ରଣ ଓ ଚର୍ମ ରୋଗରେ ବ୍ୟବହୃତ ହୁଏ।


Ashwagandha

Plants Local Name: Ashwagandha

Botanical Name: Withania somnifera

Part use: Root

Plant Identification:
Withania somnifera is a small, woody shrub with dull green leaves and small, bell-shaped greenish-yellow flowers. It bears small red berries enclosed in papery husks. The root is thick, brown, and fleshy with a characteristic horse-like smell.

Medicinal Uses: Used as an adaptogen to reduce stress, improve strength, and boost overall health.

ଅଶ୍ୱଗନ୍ଧା

ସ୍ଥାନୀୟ ନାମ: ଅଶ୍ୱଗନ୍ଧା

ବୌଟାନିକାଲ ନାମ: Withania somnifera

ବ୍ୟବହୃତ ଅଂଶ: ମୂଳ

ଗଛ ପରିଚୟ:
ଏହା ଏକ ଛୋଟ କାଠିଆ ଝାଡ଼, ଯାହାର ପତ୍ର ହାଲୁକା ସବୁଜ ଏବଂ ଫୁଲ ଛୋଟ ଘଣ୍ଟା-ଆକାରର। ଏଥିରେ କାଗଜୀ ଖୋଲ ପିତରେ ଲାଲ ଫଳ ହୁଏ। ମୂଳ ମୋଟା ଏବଂ ଘୋଡ଼ା ସୁଗନ୍ଧ ସଦୃଶ ଗନ୍ଧ ଥାଏ।

ଔଷଧୀୟ ପ୍ରୟୋଗ: ଚାପ କମାଇବା, ଶକ୍ତି ବୃଦ୍ଧି, ସ୍ଵାସ୍ଥ୍ୟ ସୁଧାରିବା।



Sarpargandha

Plants Local Name: Sarpargandha

Botanical Name: Rauwolfia serpentina

Part use: Root

Plant Identification:
Rauwolfia serpentina is a small evergreen shrub with smooth, dark green leaves arranged in whorls of 3–5 around the stem. It bears tiny white or pinkish flowers in clusters. The plant has thin, wiry stems and a long, slender, brownish-black root. The whorled leaf arrangement and distinctive roots make this plant easy to identify.

Medicinal Uses: Used for managing high blood pressure due to its strong antihypertensive properties.

ସର୍ପଗନ୍ଧା

ଉଦ୍ଭିଦର ଆଞ୍ଚଳିକ ନାମ: ସର୍ପଗନ୍ଧା

ବୈଜ୍ଞାନିକ ନାମ: Rauwolfia serpentina

ବ୍ୟବହୃତ ଅଂଶ: ମୂଳ

ଉଦ୍ଭିଦ ପରିଚୟ:
ସର୍ପଗନ୍ଧା ଏକ ସରୁ ଚିରହରିତ ଗୁଳ୍ମ। ପତ୍ର ବର୍ଚ୍ଛାକାର, ଲମ୍ବ ୩–୫ ସେ.ମି. ଏବଂ ଗୁଛରେ ବ୍ୟବସ୍ଥିତ। ଫୁଲ ଛୋଟ ଏବଂ ସ୍ୱେତ– ଗୋଲାପୀ ରଙ୍ଗର। ମୂଳ ପତଳା ଓ କଳା–ବଦାମୀ ରଙ୍ଗର ହୁଏ।

ଔଷଧୀୟ ବ୍ୟବହାର: ଏହା ଉଚ୍ଚ ରକ୍ତଚାପ, ଅନିଦ୍ରା ଓ ଅପସ୍ମାର ରୋଗରେ ବହୁତ କାର୍ଯ୍ୟକାରୀ।



State Medicinal Plants Board, Odisha
Medicinal Plants Board Quiz
Powered by ORSAC